Author: Jajpur Today

ଯାଜପୁର,୨୭ା୧୦(ଯାଜପୁର ଟୁଡେ) : ଭାରତୀୟ ଜନତା ପାର୍ଟିର ଓଡିଶା ପ୍ରଭାରୀ ଡି ପୁରେନ୍ଦେଶ୍ୱରୀ ଯାଜପୁର ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା କୁମାରୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପଂହଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଆୟୋଜିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ । ଆୟୋଜିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ବିଧାୟକ ହିମାଶୁଂ ଶେଖର ସାହୁଙ୍କ ସମେତ ଦଳୀୟ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ତୃଣମୁଳ ସ୍ତରରୁ ସଙ୍ଗଠନ କିଭଳି ମଜବୁତ ହୋଇପାରିବ ସେ ସଂପର୍କରେ ଉପସ୍ଥିତ ବିଜେବି କାର୍ଯ୍ୟକର୍ତା, ସାଂସଦ ଓ ବିଧାୟକମାନଙ୍କୁ କହିଥିଲେ । ଏହି ବୈଠକରେ ରାଜ୍ୟ ସହ-ପ୍ରଭାରୀ ଡ. ସ୍ୱଦେଶ ସିଂ, ବିଜେପି ସଙ୍ଗଠନ ମହାନନ୍ତ୍ରୀ ମାନସ ମହାନ୍ତି, ଯାଜପୁର ସାଂସଦ ଡ. ରବିନାରୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ,ଜିଲା ବିଜେପି ସଭାପତି ଦେବଯାନୀ ପ୍ରଧାନ,ଯାଜପୁର ବିଜେପି ନେତା ଗୌତମ ରାୟ,ବରୀ…

Read More

ଯାଜପୁର,୨୫ା୧୦(ଯାଜପୁର ଟୁଡେ) : ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ରସୁଲପୁର ବ୍ଲକ କୁଆଖିଆଠାରେ ଜିଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ମାଗୁଣୀ ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଇନଚାର୍ଜ ସିପି ମିତଲ ଯୋଗ ଦେଇ ୨୫ଅକ୍ଟୋବରଠାରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ଦେଶବ୍ୟାପୀ ଦୁଇ ମାସିଆ ଭୋଟ ବଂଚାଅ ଦେଶ ବଂଚାଅ ଗଣ ଆନ୍ଦୋଳନ ଅଭିଯାନର ରୋଡ ମ୍ୟାପ ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ ଏମଏମଡିଆର ଆଇନ ରଦ୍ଦ,ଜ୍ଞାନେଶ କୁମାରଙ୍କ ଇସ୍ତଫା ,ଓଡିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ନୀତ୍ୟାନନ୍ଦ ଗଣ୍ଡ ଇସ୍ତଫା ,ବନ୍ୟା ବିପନ୍ନଙ୍କୁ ତୁରନ୍ତ ରାଜ୍ୟ ସରକାର ସହାୟତା ଯୋଗାଇ ଦେବା ଓ ୧ ନଭେମ୍ବର ୨୦୨୬ରେ ନୂଆ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଂଟର ବିକ୍ଷୋଭ ପ୍ରଦର୍ଶନ ହେବାକୁ ଥିବା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରାଜ୍ୟ ଓ ଯାଜପୁର ଜିଲାରୁ ବହୁ…

Read More

ଯାଜପୁର,୨୪ା୧୦(ଯାଜପୁର ଟୁଡେ) : ଯାଜପୁର ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଧର୍ମଶାଳା ଅବକାରୀ ଷ୍ଟେସନ ଅଧୀନସ୍ଥ ବାଲିସାହି ଛକ ଓ ଓସରା ଛକରେ ଚଢାଉ କରାଯାଇ ଥିଲା । ଏହି ଚଢାଉ ସମୟରେ ପି.ଆର. ନଂ. ୧୬୧/୨୦୨୬-୨୭, ୧୬୨/୨୦୨୬-୨୭ ଓ ୧୬୩/୨୦୨୬-୨୭ ଅନୁଯାୟୀ ୩ଟି ଅବକାରୀ ମାମଲା ରୁଜୁ କରାଯାଇ ଥିଲା । ଏହି ଘଟଣାରେ ମୋଟ ୧୪୫ ଲିଟର ବେଆଇନ ମଦ,୨ଟି ମଟରସାଇକେଲ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।ପି.ଆର. ନଂ. ୧୬୧/୨୦୨୬-୨୭ରେ ବାଲିସାହି ଛକରେ ଚଢାଉ କରାଯାଇ ୪୫ ଲିଟର ବେଆଇନ ଭାବରେ ପାଚିଲା ମଦ (ଆଇଡିଏଲ୍‌) ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଅନ୍ୟ ଏକ ପି.ଆର. ନମ୍ବର ୧୬୨/୨୦୨୬-୨୭ରେ ଓସରା ଛକରେ ଚଢାଉ କରାଯାଇ ବର୍ତଣ୍ଡା ଗ୍ରାମର ଚନ୍ଦନ ମଲ୍ଲିକଙ୍କ ନିକଟରୁ ୬୦ ଲିଟର ବେଆଇନ ମଦ (ଆଇଡିଏଲ) ଏବଂ ଗୋଟିଏ ମୋଟରସାଇକେଲ ଓ…

Read More

ଯାଜପୁର,୨୪ା୧୦(ଯାଜପୁର ଟୁଡେ) : ଯାଜପୁର ଜିଲାରେ ଦିନକୁ ଦିନ କାଠ ମାଫିଆଙ୍କ ଦୌରାତ୍ମା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଯାଜପୁର ରୋଡ ବନବିଭାଗ ଅଧିନରେ ଥିବା ସରକାର ଜମିରେ ଗଛ ଲଗାଇବାକୁ ସଚେତନ କରାଉଥିବା ବେଳେ ରାଜନୈତିକ ଦଳ ପକ୍ଷରୁ ଏହି ଅଂଚଳମାନଙ୍କରେ ଗଛ ଲଗାଉଛନ୍ତି । ସେପଟେ ମାଫିଆମାନେ ବେଧଡକଭାବେ ବିଭିନ୍ନ ସ୍ଥାନରୁ ଗଛ କାଟି ଶଗଡି ରାସ୍ତା ଦେଇ ଟାଟା ଏସି ଓ ପିକ୍ ଅଫ୍‌ରେ ପାଲ ଘୋଡାଇ ବିଳମ୍ବିତ ରାତି ଓ ଭୋର ସମୟରେ ଯାଜପୁର ରୋଡସ୍ଥିତ ଛୋଟରାୟପୁର ଅଧିନରେ ଥିବା ବିଭିନ୍ନ କରତକଳକୁ ନେଇ ସେଠାରେ କାଠ ରଖି ଖାଲି ଗାଡି ଧରି ଫେରି ଆସନ୍ତି । ପରେ ସୁବିଧା ସୁଯୋଗ ଦେଖି ଉକ୍ତ କାଠ ଚିରି ପୁଣି ପରବର୍ତି ସମୟରେ ସେହି ଗାଡିରେ ଚିରା କାଠ ନେଇ ଆସୁଛନ୍ତି । ପରିବହନ ସମୟରେ ଗାଡିରେ ପାଲ ଘୋଡାଇବା ବେଆଇନ । କାଠ ଚିରା…

Read More

ଯାଜପୁର,୨୪ା୧୦(ଯାଜପୁର ଟୁଡେ) : ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାରକା ଅଂଚଳର ଆଗୁଆ ସ୍ୱେଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ଅନଗ୍ରସର ଓ ଅଭାବୀ ଲୋକମାନଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ଟ୍ରଷ୍ଟ ଦୀର୍ଘ ବର୍ଷ ହେଲା ଅସହାୟ ଓ ଗରିବମାନଙ୍କୁ ସେବା ଯୋଗାଇ ଦେଇ ଆସୁଛି । ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ ଓ ଅସହାୟ ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଧାୟକ ଶ୍ରୀ ସାହୁ ଟ୍ରଷ୍ଟର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଦୁର୍ଘଟଣାରେ ପୀଡିତ ଜେନାପୁର ପଂଚାୟତର ଅର୍ଜୁନ ରାଉତ,ଆର୍ଥିକ ଅନାଟନରେ ଚଳୁଥିବା ଜେନାପୁର ପଂଚାୟତ ପଣସପଡିଆ ଗ୍ରାମର ସୀତା ଭଞ୍ଜ ,ଆର୍ଥିକ ଅଭାବରେ ଚଳୁଥିବା ଜେନାପୁର ପଂଚାୟତ ପଣଷପଡିଆ ଗ୍ରମର ବସନ୍ତ…

Read More

ଯାଜପୁର,୨୪ା୧୦(ଯାଜପୁର ଟୁଡେ) – କ୍ୟାନସର ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଜଣେ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଫଳରେ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ବଂଚିବାକୁ ସଂଘର୍ଷ କରୁଥିବା ପୀଡିତା ଯୁବକ ଜଣକ ଏବେ ପରିବାରର ବୋଝ ହୋଇ ପଡିଛନ୍ତି । ପରିବାରର ରୋଜଗାର ନ କହିବା ଭଲ । ବଡ ରୋଗକୁ ଭଲ କରିବା ଏବେ ସେମାନଙ୍କ ପାଇଁ ସାତ ସପନ ପାଲଟିଛି । ଏଭଳି ଦୟନୀୟ ଅବସ୍ଥାରେ ଜୀବନ ସହ ସଂର୍ଘଷ କରୁଥିବା ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ଝାଲପଡା ପଂଚାୟତ ୧୪ ନଂ ୱାର୍ଡରେ । ଏହି ୱାର୍ଡର ମଝିସାହି ଗ୍ରାମର ଦୁର୍ଯ୍ୟୋଧନ ବେହେରାଙ୍କ ପୁଅ ସତ୍ୟଜିତ ବେହେରା ୧୮ । ଦୀର୍ଘ ଦୁଇ ବର୍ଷ ହେଲା କ୍ୟାନସର ରୋଗରେ ପିଡିତ ହୋଇ ବର୍ତମାନ ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ବାପା ଗାଁ ଗାଁ ବୁଲି ଆଇସକ୍ରିମ…

Read More

ଯାଜପୁର,୨୩ା୧୦(ଯାଜପୁର ଟୁଡେ) -ଯାଜପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଯାଜପୁର ଏସ୍‌ପି ୟଶ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶ କ୍ରମେ କୁଆଖିଆ ଥାନା ଅଂଚଳରେ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ ସ୍ପେସାଲ୍ ସ୍କ୍ୱାଡ ଓ କୁଆଖିଆ ପୋଲିସକୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । କୁଆଖିଆ ଥାନା ଅଧବକାରୀ ସୁଶାନ୍ତ କୁମାର ସେଠୀ ସଦଳବଳେ ମୂଳାପାଳ ଛକ ନିକଟରୁ ୨ ଜଣକ ଠାରୁ ଦୁଇ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ କୋଡ଼ିଏ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ରାଜେନ୍ଦ୍ରପୁର ପଚାୟତ ଗଙ୍ଗାଧରପୁର ଗ୍ରାମର ସ୍ୱର୍ଗତ ହରିହର ମଲ୍ଲିକଙ୍କ ପୁଅ ନିଶିକାନ୍ତ ଓ କର୍ଜଙ୍ଗା ଗ୍ରାମର ବାସୁଦେବ ସାହୁଙ୍କ ପୁଅ ସତ୍ୟରଞ୍ଜନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନ ସୁଗାର ସହ ୩ଟି ମୋବାଇଲ, ନଗଦ ୪ ହଜାର ୭ ଶହ ଟଙ୍କା,…

Read More

ଯାଜପୁର,୨୨ା୧୦(ଯାଜପୁର ଟୁଡେ) – ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଂଚାୟତ ପୁନର୍ଗଠନ ଓ ୨୫ତମ ପୂର୍ତି ମହୋତ୍ସବ ଅବସରେ ସମସ୍ତ ଜନପ୍ରତିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପଂଚାୟତ ସଭାଗୃହ ପରିସରରେ ଆୟୋଜିତ ମହୋତ୍ସବ ସରପଂଚ ସ୍ୱର୍ଣ୍ଣଲତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ କାମଦେବ ଶତପଥୀ ,ସମ୍ମାନୀତ ଅତିଥିଭାବେ ବରିଷ୍ଠ ସମାଜିକ କର୍ମୀ କାହ୍ନୁ ଚରଣ ଦାସ ଓ ପଂଚାୟତର ପ୍ରଥମ ସରପଂଚ ବାବଲୁି ପୃଷ୍ଟି ପ୍ରମୁଖ ଯୋଗ ଦେଇ ପରିବାରର ସମସ୍ତ ସଦସ୍ୟ ପ୍ରଥମେ ପର କଥା ଓ ପରେ ନିଜ କଥା ଭାବିବା ଉଚିତ୍ ବୋଲି ଗୁରୁତ୍ୱାରୋପ କରିବା ସହ ସମାଜରେ ୪ ପ୍ରକାର ଲୋକ ଅଛନ୍ତି । ଆନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତି ସବୁବେଳେ ନିଆରା ବୋଲି ମତ ବ୍ୟକ୍ତ କରିବା ସହିତ ସରପଂଚଙ୍କ ଏଭଳି ନିଆରା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ।…

Read More

ଯାଜପୁର,୨୨ା୧୦(ଯାଜପୁର ଟୁଡେ) : ପୁଣି ଭିଜିଲାନ୍ସ ଚଢାଉ । ଯାଜପୁର ଜିଲା ବଡଚଣା ଆର ଆଣ୍ଡ ବି ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବହଚଣା ସମେତ ମୋଟ ୭ଗୋଟି ସ୍ଥାନରେ ଚଢାଉ କରାଯାଇଛି । ଏହି ଚଢାଉରେ ୩ଜଣ ଏଏସ୍‌ପି,୬ଜଣ ଡିଏସ୍‌ପି,୩ଜଣ ଇନିସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ଏଭଳି ଘଟଣାକୁ ନେଇ ଯାଜପୁର ଜିଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

Read More

ଯାଜପୁର,୨୨ା୧୦(ଯାଜପୁର ଟୁଡେ) : ଦୂର୍ଗାପୂଜା ଭାସାଣି ଦେଖି ଘରକୁ ଫେରିଲା ବେଳେ ଅଘଟଣ । ନଦୀରେ ଡଙ୍ଗା ପାରି ହେବା ସମୟରେ ଭାରସାମ୍ୟ ହରାଇ ମଝି ନଦୀରେ ଓଲଟି ପଡିଲା ଡଙ୍ଗା । ଫଳରେ ଡଙ୍ଗାରେ ବସିଥିବା ମୋଟ ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ହୋଇଯାଇ ଥିଲେ । ଏଭଳି ଅଘଟଣା ଦେଖିବାକୁ ମିଳିଛି ଯାଜପୁର ସଦର ଥାନା ଅନ୍ତର୍ଗତ ତନ୍ତୀ ଘାଇ ନଦୀ ଦଉରୀବନ୍ଧା ଘାଟରେ । ନିଖୋଜମାନେ ହେଲେ ମହମ୍ମଦଜମାଲପୁର ଗ୍ରାମର ଶୁଭଙ୍କର ଦଳାଇ ଓ ମଣିଆ ଦଳାଇ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ମେଲତା ଦଳାଇ(୭୫) ଓ ତାଙ୍କ ଝିଅ ଭାମା ଦଳାଇ(୬୦)ଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇ ଦେଇଥିଲେ । ମେଡିାଲରେ ଚିକିତ୍ସାଧୀନ ଅବସ୍ଥାରେ ଉମାଙ୍କର ମୃତ୍ୟୁ ଘଟିଥିଲା । ସେମାନେ ବୁଧବାର ଦିନ ରାତିରେ ଦୂର୍ଗାପୂଜା ଭସାଣି ଉତ୍‌ସବ ଦେଖିବାକୁ ଡଅଁରକୂଳ…

Read More