
ଯାଜପୁର,୨୪ା୧୦(ଯାଜପୁର ଟୁଡେ) : ଯାଜପୁର ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଧର୍ମଶାଳା ଅବକାରୀ ଷ୍ଟେସନ ଅଧୀନସ୍ଥ ବାଲିସାହି ଛକ ଓ ଓସରା ଛକରେ ଚଢାଉ କରାଯାଇ ଥିଲା । ଏହି ଚଢାଉ ସମୟରେ ପି.ଆର. ନଂ. ୧୬୧/୨୦୨୬-୨୭, ୧୬୨/୨୦୨୬-୨୭ ଓ ୧୬୩/୨୦୨୬-୨୭ ଅନୁଯାୟୀ ୩ଟି ଅବକାରୀ ମାମଲା ରୁଜୁ କରାଯାଇ ଥିଲା । ଏହି ଘଟଣାରେ ମୋଟ ୧୪୫ ଲିଟର ବେଆଇନ ମଦ,୨ଟି ମଟରସାଇକେଲ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।
ପି.ଆର. ନଂ. ୧୬୧/୨୦୨୬-୨୭ରେ ବାଲିସାହି ଛକରେ ଚଢାଉ କରାଯାଇ ୪୫ ଲିଟର ବେଆଇନ ଭାବରେ ପାଚିଲା ମଦ (ଆଇଡିଏଲ୍) ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଅନ୍ୟ ଏକ ପି.ଆର. ନମ୍ବର ୧୬୨/୨୦୨୬-୨୭ରେ ଓସରା ଛକରେ ଚଢାଉ କରାଯାଇ ବର୍ତଣ୍ଡା ଗ୍ରାମର ଚନ୍ଦନ ମଲ୍ଲିକଙ୍କ ନିକଟରୁ ୬୦ ଲିଟର ବେଆଇନ ମଦ (ଆଇଡିଏଲ) ଏବଂ ଗୋଟିଏ ମୋଟରସାଇକେଲ ଓ ପି.ଆର. ନମ୍ବର ୧୬୩/୨୦୨୬-୨୭ରେ ଓସରା ଛକରେ ଚଢାଉ କରାଯାଇ ଚାନ୍ଦପୁର ଗ୍ରାମର ମନୋଜ ମଲ୍ଲିକଙ୍କ ନିକଟରୁ ୪୦ ଲିଟର ବେଆଇନ ମଦ (ଆଇଡିଏଲ) ଜବତ କରାଯାଇଥିବା ଜଣାପଡିଛି ।

