
ଯାଜପୁର,୨୨ା୧୦(ଯାଜପୁର ଟୁଡେ) : ଦୂର୍ଗାପୂଜା ଭାସାଣି ଦେଖି ଘରକୁ ଫେରିଲା ବେଳେ ଅଘଟଣ । ନଦୀରେ ଡଙ୍ଗା ପାରି ହେବା ସମୟରେ ଭାରସାମ୍ୟ ହରାଇ ମଝି ନଦୀରେ ଓଲଟି ପଡିଲା ଡଙ୍ଗା । ଫଳରେ ଡଙ୍ଗାରେ ବସିଥିବା ମୋଟ ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ହୋଇଯାଇ ଥିଲେ । ଏଭଳି ଅଘଟଣା ଦେଖିବାକୁ ମିଳିଛି ଯାଜପୁର ସଦର ଥାନା ଅନ୍ତର୍ଗତ ତନ୍ତୀ ଘାଇ ନଦୀ ଦଉରୀବନ୍ଧା ଘାଟରେ । ନିଖୋଜମାନେ ହେଲେ ମହମ୍ମଦଜମାଲପୁର ଗ୍ରାମର ଶୁଭଙ୍କର ଦଳାଇ ଓ ମଣିଆ ଦଳାଇ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ମେଲତା ଦଳାଇ(୭୫) ଓ ତାଙ୍କ ଝିଅ ଭାମା ଦଳାଇ(୬୦)ଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇ ଦେଇଥିଲେ । ମେଡିାଲରେ ଚିକିତ୍ସାଧୀନ ଅବସ୍ଥାରେ ଉମାଙ୍କର ମୃତ୍ୟୁ ଘଟିଥିଲା । ସେମାନେ ବୁଧବାର ଦିନ ରାତିରେ ଦୂର୍ଗାପୂଜା ଭସାଣି ଉତ୍ସବ ଦେଖିବାକୁ ଡଅଁରକୂଳ ଗ୍ରାମକୁ ଯାଇଥିଲେ । ତେବେ ଆଜି ସକାଳେ ଘରକୁ ଫେରିବା ବେଳେ ଡଙ୍ଗାରେ ନଦୀ ପରି ହେବା ସମୟରେ ଦୃର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସଦର ପୋଲିସ ଓ ସ୍ଥାନୀୟ ଅଗ୍ନୀଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।





