ଯାଜପୁର,୨୩ା୧୦(ଯାଜପୁର ଟୁଡେ) -ଯାଜପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଯାଜପୁର ଏସ୍ପି ୟଶ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶ କ୍ରମେ କୁଆଖିଆ ଥାନା ଅଂଚଳରେ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ ସ୍ପେସାଲ୍ ସ୍କ୍ୱାଡ ଓ କୁଆଖିଆ ପୋଲିସକୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । କୁଆଖିଆ ଥାନା ଅଧବକାରୀ ସୁଶାନ୍ତ କୁମାର ସେଠୀ ସଦଳବଳେ ମୂଳାପାଳ ଛକ ନିକଟରୁ ୨ ଜଣକ ଠାରୁ ଦୁଇ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ କୋଡ଼ିଏ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ରାଜେନ୍ଦ୍ରପୁର ପଚାୟତ ଗଙ୍ଗାଧରପୁର ଗ୍ରାମର ସ୍ୱର୍ଗତ ହରିହର ମଲ୍ଲିକଙ୍କ ପୁଅ ନିଶିକାନ୍ତ ଓ କର୍ଜଙ୍ଗା ଗ୍ରାମର ବାସୁଦେବ ସାହୁଙ୍କ ପୁଅ ସତ୍ୟରଞ୍ଜନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନ ସୁଗାର ସହ ୩ଟି ମୋବାଇଲ, ନଗଦ ୪ ହଜାର ୭ ଶହ ଟଙ୍କା, ୫ଟି ବ୍ୟାଙ୍କ ପାସ୍ ବୁକ୍, ୩ଟି ଏଟିଏମ୍ କାର୍ଡ ଜବତ କରାଯାଇଛି । ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ତାହା ତଦନ୍ତ ଜାରି ରହିଛି । ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି କୁଆଖିଆ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସପି ୟେଶ ପ୍ରତାପ ଶ୍ରୀମଲ୍ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଉପସ୍ଥିତ ଥିଲେ ।






