Author: Jajpur Today

ଯାଜପୁର,୨୨ା୧୦(ଯାଜପୁର ଟୁଡେ) : ଦୂର୍ଗାପୂଜା ଭାସାଣି ଦେଖି ଘରକୁ ଫେରିଲା ବେଳେ ଅଘଟଣ । ନଦୀରେ ଡଙ୍ଗା ପାରି ହେବା ସମୟରେ ଭାରସାମ୍ୟ ହରାଇ ମଝି ନଦୀରେ ଓଲଟି ପଡିଲା ଡଙ୍ଗା । ଫଳରେ ଡଙ୍ଗାରେ ବସିଥିବା ମୋଟ ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ହୋଇଯାଇ ଥିଲେ । ଏଭଳି ଅଘଟଣା ଦେଖିବାକୁ ମିଳିଛି ଯାଜପୁର ସଦର ଥାନା ଅନ୍ତର୍ଗତ ତନ୍ତୀ ଘାଇ ନଦୀ ଦଉରୀବନ୍ଧା ଘାଟରେ । ନିଖୋଜମାନେ ହେଲେ ମହମ୍ମଦଜମାଲପୁର ଗ୍ରାମର ଶୁଭଙ୍କର ଦଳାଇ ଓ ମଣିଆ ଦଳାଇ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ମେଲତା ଦଳାଇ(୭୫) ଓ ତାଙ୍କ ଝିଅ ଭାମା ଦଳାଇ(୬୦)ଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇ ଦେଇଥିଲେ । ମେଡିାଲରେ ଚିକିତ୍ସାଧୀନ ଅବସ୍ଥାରେ ଉମାଙ୍କର ମୃତ୍ୟୁ ଘଟିଥିଲା । ସେମାନେ ବୁଧବାର ଦିନ ରାତିରେ ଦୂର୍ଗାପୂଜା ଭସାଣି ଉତ୍‌ସବ ଦେଖିବାକୁ ଡଅଁରକୂଳ…

Read More

ଯାଜପୁର,୧୮ା୧୦(ଯାଜପୁର ଟୁଡେ) : ଧରା ପୃଷ୍ଠରେ ଜଗତ ଜନନୀ ମାଆ ଦୁର୍ଗା । ଶାରଦୀୟ ପୂଜା ଅବସରରେ ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ଚଳିତ ବର୍ଷ ଧର୍ମଶାଳା ମହୋତ୍ସବ ପୂଜା କମିଟି ଆନୁକୂଲ୍ୟରେ ଜାରକାସ୍ଥିତ ମହୋତ୍ସବ ପଡିଆ ଉତ୍ସବ ମୁଖରିତ ହୋଇ ଉଠିଛି । ଧର୍ମଶାଳାରେ ଦେଖିବାକୁ ମିଳିଛି ମାୟାପୁରୀ ଇସ୍କନ ମନ୍ଦିର ଝଲକ । ଯାହାକୁ ଦେଖିବା ପାଇଁ ଜନସାଧାରଣଙ୍କ ଉତ୍ସାହ ବଢି ଯାଇଥିବା ଦେଖିବାକୁ ମିଳିଛି । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି ସଭାପତି ରବି ନାରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡ ରବିନ୍ଦ୍ର ନାରୟଣ ବେହେରା,ସମ୍ମାନୀତ ଅତିଥିଭାବେ କଟକ ସଦର ବିଧାୟକ ପ୍ରକାଶ ସେଠୀ,ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ଜିଲା ସଭାପତି ଦେବଜଯାନୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଧର୍ମଶାଳା ଏକ ବୌଦ୍ଧ ସଂସ୍କୃତି,ଐତିହ୍ୟ,ପରମ୍ପରା ମାଟି ବୋଳି…

Read More

ଯାଜପୁର,୧୬ା୧୦(ଯାଜପୁର ଟୁଡେ) : ଯାଜପୁର ଜିଲା ରସୁଲପୁର ବ୍ଲକ କଲଣସ୍ଥିତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ସ୍ତରୀୟ ଜିଲା ସ୍ତରୀୟ ବିଦ୍ୟାଳୟ ସମୂହ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବି ନାରାୟଣ ବେହେରା ଯୋଗଦେଇ ଖେଳ ପତାକା ଅବତରଣ କରି ପ୍ରତିଯୋଗିତାକୁ ଉଦଯାପନ କରିଥିଲେ ।ଏହି ଅବସରରେ ସାଂସଦ ଶ୍ରୀ ବେହେରା କହିଥିଲେ, କବାଡି ଆମ ମାଟିର ଖେଳ । ଏହି ଖେଳ ମାଧ୍ୟମରେ ଗ୍ରାମାଂଚଳର ପ୍ରତିଭାମାନେ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିବେ । ସରକାର କ୍ରୀଡା ଭିତିିଭୂମିର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଆପଣମାନେ ପାଠ ପଢା ସହ ଖେଳ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ବିଶେଷ ଅତିଥି ଭାବେ ଜିଲା…

Read More