ଯାଜପୁର,୧୮ା୧୦(ଯାଜପୁର ଟୁଡେ) : ଧରା ପୃଷ୍ଠରେ ଜଗତ ଜନନୀ ମାଆ ଦୁର୍ଗା । ଶାରଦୀୟ ପୂଜା ଅବସରରେ ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ଚଳିତ ବର୍ଷ ଧର୍ମଶାଳା ମହୋତ୍ସବ ପୂଜା କମିଟି ଆନୁକୂଲ୍ୟରେ ଜାରକାସ୍ଥିତ ମହୋତ୍ସବ ପଡିଆ ଉତ୍ସବ ମୁଖରିତ ହୋଇ ଉଠିଛି । ଧର୍ମଶାଳାରେ ଦେଖିବାକୁ ମିଳିଛି ମାୟାପୁରୀ ଇସ୍କନ ମନ୍ଦିର ଝଲକ । ଯାହାକୁ ଦେଖିବା ପାଇଁ ଜନସାଧାରଣଙ୍କ ଉତ୍ସାହ ବଢି ଯାଇଥିବା ଦେଖିବାକୁ ମିଳିଛି । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି ସଭାପତି ରବି ନାରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡ ରବିନ୍ଦ୍ର ନାରୟଣ ବେହେରା,ସମ୍ମାନୀତ ଅତିଥିଭାବେ କଟକ ସଦର ବିଧାୟକ ପ୍ରକାଶ ସେଠୀ,ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ଜିଲା ସଭାପତି ଦେବଜଯାନୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଧର୍ମଶାଳା ଏକ ବୌଦ୍ଧ ସଂସ୍କୃତି,ଐତିହ୍ୟ,ପରମ୍ପରା ମାଟି ବୋଳି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମାଆଙ୍କ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାହିଁ ନ ଥିବା ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ବଜାୟ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା ।





