ଯାଜପୁର,୨/୯(ଯାଜପୁର ଟୁଡେ) : ଯାଜପୁର ସଦର ଥାନା ଅନ୍ତର୍ଗତ ନିଶ୍ଚନ୍ତା ବେଣିପୁରଠାରେ ଦୀର୍ଘ ଦିନ ଧରି ବେଆଇନଭାବେ ଗୁଣ୍ଡି କାରଖାନା ଚାଲୁ ରହିଥିଲା । ଏଠାରେ ଗୁଣ୍ଡି ତିଆରି କରାଯାଇ ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ଜିଲା ତଥା ଜିଲା ବାହରକୁ ଅବଧଡକଭାବେ କରାବାର ହୋଇପଡୁଥିଲା । ଗୁଣ୍ଡି ତିଆରି ସମୟରେ ସ୍ଥାନୀୟ ଅଂଚଳରେ ଦୋକ୍ତା ଗୁଣ୍ଡରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ତେବେ ସଦର ପୁଲିସ ସଦଳବଳେ ଏହି ବେଆଇନ ଗୁଣ୍ଡି କାରଖାନା ଉପରେ ଅତର୍କିତ ଭାବେ ଚଢାଉ କରିଛି । କାରଖାନା ଭିତରେ ୫ବସ୍ତାରୁ ଉର୍ଦ୍ଧ ପ୍ୟାକି ହୋଇଥିବା ଗୁଣ୍ଡି, ନାମୀଦାମୀ କମ୍ପାନୀର ଲୋଗୋ ଲଗା ଜରି,ବ୍ୟବହୃତ ମେସିନ ଓ ଆବଶ୍ୟକୀୟ କଂଚା ମାଲ ଜବତ କରିଛି । ଏହି ଅଂଚଳରେ ବେଧଡକଭାବେ କରବାର ଚଳାଇ ଆସୁଥିବା ୨ଜଣ ଗୁଣ୍ଡି କାରଖାନା ମାଲିକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିବା ସହ ଏହି ଘଟଣାର ତଦନ୍ତ ଜାରି ରହିଛି ।ଏହି ସବୁ ସାମଗ୍ରୀର ପରିମାଣ ଓ ମୂଲ୍ୟାଙ୍କନ କରାଯିବ ବୋଲି ସଦର ଥାନା ଅଧିକାରିଣୀ ଚିନ୍ମୟୀ ବେହେରା ସୂଚନା ଦେଇଥିଲେ ।





