Author: jajpurtoday

ଛାତ୍ରର ଲଣ୍ଡା ମୁଣ୍ଡରେ ସାର୍ ବଜାଉଥିଲେ ତବଲା ବାଜା । ଛାତ୍ରର ଲଣ୍ଡା ମୁଣ୍ଡରେ ଶିକ୍ଷକ କିଭଳି ତବଲା ବଜାଉଥିଲେ । ଆଉ ଭିଡିଓ ଭାଇରାଲ୍ ହେବା ପରେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ।ଘଟଣାଟି ସୈଫଇ ବ୍ଲକ୍‌ରେ ଥିବା ବିରୌଲି ପ୍ରାଥମିକ ସ୍କୁଲର । ଅଭିଯୁକ୍ତ ଶିକ୍ଷକ ହେଲେ ଦିନେଶ କୁମାର ମାଥୁର । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ୨୭ ସେକେଣ୍ଡର କ୍ଲିପ୍‌ରେ ଦେଖିବାକୁ ମିଳୁଛି ଯେ, ମାଥୁର କ୍ଲାସରୁମ୍‌ରେ ପଡି଼ଥିବା ଚେୟାର ଉପରେ ବସିଛନ୍ତି । ତଳେ ଏକ ୭-୮ ବର୍ଷୀୟ ପିଲାକୁ ବସାଇ ତା’ର ଲଣ୍ଡା ମୁଣ୍ଡ ଉପରେ ତବଲା ବଜାଉଛନ୍ତି । ଏହି ସମୟରେ ସେ ଜୋର୍‌ରେ ହସୁଛନ୍ତି । ଏହା ଦେଖି ନିକଟରେ ବସିଥିବା ଅନ୍ୟ ପିଲାମାନେ ବି ହସୁଛନ୍ତି ।ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଭିଡିଓକୁ ଶିକ୍ଷକ ନିଜେ ଫେସବୁକ୍‌ରେ ଅପଲୋଡ୍ କରିଥିଲେ । ପରେ ଭିଡିଓଟି ଭାଇରାଲ୍ ହେବା ସହ ଶିକ୍ଷା…

Read More

ଧର୍ମଶାଳା,୧।୧୦(ଯାଜପୁର ଟୁଡେ): ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ସାହାପଡାସ୍ଥିତ ଜୟନ୍ତୀ ପାଠାଗାର ପକ୍ଷରୁ ବରିଷ୍ଠ ନାଗରିକ ସଭାଗୃହ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଗୁରୁବାର ଦିନ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସତ୍ୟସୁନ୍ଦର ସାହୁ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲା ଆଇନ୍ ସେବା ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତା ଡ. ରୁଦ୍ରନାରାୟଣ ପୃଷ୍ଟି ଯୋଗଦେଇ ବରିଷ୍ଠମାନେ ସବୁ ସମୟରେ ପୂଜ୍ୟ ଓ ବନ୍ଦନୀୟ ବୋଲି ମତପ୍ରକାଶ କରିବା ସହିତ ସରକାରଙ୍କ ଆର୍ଥିକ ସହାୟତା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ସହଯୋଗରେ ପରିଚାଳିତ ବରିଷ୍ଠ ନାଗରିକ ଗୃହରେ ନିୟୋଜିତ କର୍ମୀମାନଙ୍କ ଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ସଂପାଦିକା ସରୋଜିନୀ ସାହୁ ସ୍ୱାଗତ ଭାଷଣ ଓ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ନାଗରିକ ଗୃହ ପରିଚାଳକ ଉତମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ତେବାସୀ ବରିଷ୍ଠ ନାଗରିକମାନେ…

Read More

ଯାଜପୁର,୩୦/୯(ଯାଜପୁର ଟୁଡେ) : ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଂଚାୟତରେ ଷ୍ଟ୍ରିଟ୍ ଲାଇଟ୍ ମରାମତି ଓ ନୂତନ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ ୯୮ହଜାରରୁ ଊର୍ଦ୍ଧ ଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ,ପ୍ରକୃତରେ ପଂଚାୟତରେ କୌଣସି ଗୋଟିଏ ବି ଖରାପ ଷ୍ଟ୍ରିଟଲାଇଟ ସଜଡା ଯାଇ ନଥିବା ବେଳେ ଗୋଟିଏ ବି ନୂଆ ଲାଇଟ ମଧ୍ୟ ଲଗାଯାଇ ନାହିଁ ଓ କାମ ନ କରି ଏହି ଅର୍ଥରାଶି ହଡ଼ପ କରାଯାଇଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ଯାଜପୁର ବିଡିଓ ବ୍ରହ୍ମାନନ୍ଦ ବେହେରାଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ । । ଝାଲପଡ଼ା ପଂଚାୟତର ବିଭିନ୍ନ ଅଂଚଳରେ ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବା ସହ ଆବଶ୍ୟକ ସ୍ଥାନରେ ନୂତନ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ପଂଚମ ରାଜ୍ୟ ଅର୍ଥ ଆୟୋଗ ଯୋଜନାରୁ ୯୮,୨୪୭ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି । ଏହି ଖର୍ଚ୍ଚ…

Read More

ଯାଜପୁର,୩୦।୦୯ (ଯାଜପୁର ଟୁଡେ) : ସେବା ସଂକଳ୍ପ ଏବଂ ପୋଷଣ ମାସ ପାଳନର ଅଂଶ ଭାବେ ଯାଜପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ସେପ୍ଟେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ‘ଆଙ୍ଗନ କା ଉତ୍ସବ’ ଉତ୍ସାହ ଓ ବ୍ୟାପକ ଜନସହଭାଗିତାର ସହ ପାଳିତ ହୋଇଛି। ଶିଶୁ, ମା’, ବାପା, କିଶୋରୀ, ପରିବାର ସଦସ୍ୟ ଓ ସମୁଦାୟକୁ ଅଙ୍ଗନବାଡି ସହ ଯୋଡ଼ିବା ଏବଂ ପୋଷଣ ଓ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ସେପ୍ଟେମ୍ବର ୨୭ରେ ବିଭିନ୍ନ କେନ୍ଦ୍ରରେ ରେସିପି ପ୍ରଦର୍ଶନୀ, ପୋଷଣ ପିଠା ପ୍ରସ୍ତୁତି ଓ ବାପାମାନଙ୍କ ପାଇଁ ସ୍ଥାନୀୟ ଖାଦ୍ୟ ସାମଗ୍ରୀରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତିକୁ ନେଇ ରେସିପି ପ୍ରତିଯୋଗିତା ହୋଇଥିଲା। ସେପ୍ଟେମ୍ବର ୨୮ରେ ଶିଶୁମାନଙ୍କ ପାଇଁ ଖେଳକୁଦ, ଚିତ୍ରାଙ୍କନ, ଗୀତ, ନୃତ୍ୟ ଓ କାହାଣୀ କଥନ ଆୟୋଜିତ ହୋଇଥିଲା। ଜେଜେବାପା ଓ ଜେଜେମା’ଙ୍କ ଦ୍ୱାରା କାହାଣୀ କଥନ ସହ ‘ଆମ କୁନିପିଲା’, ‘ମୋ ବିକାଶ ପତ୍ର’…

Read More

ଯାଜପୁର,୩୦।୯(ଯାଜପୁର ଟୁଡେ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରେଇକଣା ପଂଚାୟତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟଙ୍କ ୧୬ ମାସର ଶିଶୁ କନ୍ୟା ତ୍ରିଶିକା ସ୍ନାୟୁଜନିତ ସ୍ପାଇନାଲ ମସ୍କୁଲାର ଆଟ୍ରୋଫି ଟାଇପ-୨ ରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି। ଯାହାକି ପରିବାରଙ୍କ ପାଇଁ ସାତସପନ ପାଲଟିଛି। ଏହି ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିଜ ଦରମାରୁ ୫ ଲକ୍ଷ ଟଙ୍କା ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ରୋଗର ଚିକିତ୍ସା ନିମନ୍ତେ ୧୬ କୋଟି ଟଙ୍କାର ଆବଶ୍ୟକ ଥିବା ବେଳେ ଅଭାବି ପରିବାର ପକ୍ଷେ ଏତେ ଗୁଡିଏ ଟଙ୍କା ଯୋଗାଡ କରିବା ସମ୍ଭବପର ହେଉ ନାହିଁ । ଏସମ୍ପର୍କରେ ଖବର ପାଇ ବିଧାୟକ ଶ୍ରୀ ସାହୁ ଦୁଃଖ ପ୍ରକାଶ କରିବା ସହ ତ୍ରାଶିକାର ଚିକିତ୍ସା ନିମନ୍ତେ ନିଜ ଦରମାରୁ ୫…

Read More

ଆମେରିକାରେ ଚାକିରି କରିବାକୁ ଆଶା ରଖିଥିବା ଭାରତୀୟ ପେସାଦାରଙ୍କ ପାଇଁ H-1B ଭିସାକୁ ନେଇ ଆଉ ଏକ ବଡ଼ ପରିବର୍ତ୍ତନ ଆସିଛି ।ଟ୍ରମ୍ପ ପ୍ରଶାସନ ଏଚ-୧ବି ଭିସା ପାଇଁ ୧ ଲକ୍ଷ ଆମେରିକୀୟ ଡଲାର ଫି ଲାଗୁ କରିଛି। ଆଉ ଏହା ୧୨ ମାସ ପାଇଁ ବଢ଼ାଯାଇଛି । ନୂଆ ଘୋଷଣା ଅନୁସାରେ ଏହି କଟକଣା ୨୦୨୭ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ଜାରି ରହିବ । ଏହି ନିଷ୍ପତ୍ତିକୁ ନେଇ ଆମେରିକାର ଅଦାଲତରେ ମାମଲା ମଧ୍ୟ ଚାଲିଛି। ପୂର୍ବରୁ ଜାରି ହୋଇଥିବା ଟ୍ରମ୍ପ ପ୍ରଶାସନର ଆଦେଶ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଲାଗୁ ଥିଲା। ଏବେ ଏହି ଫି’କୁ ନେଇ ପ୍ରଶାସନର ପଦକ୍ଷେପ ଆମେରିକାରେ କାମ କରିବାକୁ ଚାହୁଁଥିବା ବିଦେଶୀ ପେସାଦାରଙ୍କ ପାଇଁ ବଡ଼ ପ୍ରଭାବ ପକାଇପାରେ। ଏଚ-୧ବି ଭିସାଧାରୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ବହୁତ ଅଧିକ। USCIS ତଥ୍ୟ ଅନୁସାରେ, ୨୦୨୪ରେ ଆମେରିକାର ଏଚ-୧ବି ଭିସାଧାରୀଙ୍କ ମଧ୍ୟରୁ ପ୍ରାୟ ୭୧ ପ୍ରତିଶତ…

Read More

ଆମ ଦୈନନ୍ଦିନ ଖାଦ୍ୟପେୟରେ ପୁଷ୍ଟିକର ମଞ୍ଜି ବା ସୁପରସିଡ୍ସ (Superseeds) ସାମିଲ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ମଞ୍ଜିଗୁଡ଼ିକରେ ପ୍ରଚୁର ପରିମାଣରେ ওମେଗା-୩ ଫ୍ୟାଟି ଏସିଡ୍, ଫାଇବର, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ମ୍ୟାଗ୍ନେସିୟମ୍ ଥାଏ, ଯାହା ଶରୀରରୁ ଖରାପ କୋଲେଷ୍ଟ୍ରଲ୍ (LDL) କମାଇ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।ହୃଦୟକୁ ସୁସ୍ଥ ରଖିବା ପାଇଁ ଉପକାରୀ ୭ଟି ମୁଖ୍ୟ ମଞ୍ଜି ବିଷୟରେ ନିମ୍ନରେ ଆଲୋଚନା କରାଗଲା: ଅଳସୀ ମଞ୍ଜି: ଅଳସୀ ମଞ୍ଜି ଓମେଗା-୩ ଫ୍ୟାଟି ଏସିଡରେ ଭରପୂର। ଏହା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରେ। ଆପଣ ଏହାକୁ ପ୍ରତିଦିନ ସ୍ମୁଦି କିମ୍ବା ସାଲାଡରେ ମିଶାଇ ଖାଇପାରିବେ। ଚିଆ ସିଡ୍‌ସ: ଚିଆ ସିଡ୍‌ସ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍କୃଷ୍ଟ ଉତ୍ସ। ଏହା ରକ୍ତ ପ୍ରବାହକୁ ଉନ୍ନତ କରେ ଏବଂ ହୃଦରୋଗକୁ ରୋକେ। ସକାଳେ ଏହାକୁ ପାଣିରେ ଭିଜାଇ ପିଇବା ବହୁତ ଲାଭଦାୟକ। କଖାରୁ ମଞ୍ଜି: କଖାରୁ…

Read More

ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପାଇଲଟ ରାମ୍ପର ନିର୍ମାଣ । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ସରିବ । ଆଇଆଇଟି ଭୁବନଶ୍ୱର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଫୋଲ୍ଡିଂ ରାମ୍ପକୁ ପ୍ରାୟ ୫ ମିନିଟ ମଧ୍ୟରେ ଖୋଲାଯାଇ ପୁଣି ବନ୍ଦ କରାଯାଇପାରିବ । ପାଇଲଟ ରାମ୍ପ ବା ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି , ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିନିଧିମାନଙ୍କୁ ଏହି ରାମ୍ପ ପରିଦର୍ଶନ କରାଯିବ । ସେମାନଙ୍କ ମତାମତ ଓ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସ୍ଥଳେ ଏହାକୁ ସଂଶୋଧନ କରାଯିବ ।ନଚେତ୍ ଅନୁମତି ପାଇଲେ ଏହା କାର୍ଯ୍ୟକ୍ଷମ ହେବ । ଖୁବଶୀଘ୍ର ୬ ଥାକିଆ ରାମ୍ପ ବ୍ୟବସ୍ଥା କରାଯିବ । ୩ ରୁ ୪ ମାସ ମଧ୍ୟରେ ପୂର୍ଣ୍ଣ ମଡେଲ ପ୍ରସ୍ତୁତ ହେବ କହିଛନ୍ତି ଆଇନମନ୍ତ୍ରୀ। ସେହିପରି…

Read More

ଆସନ୍ତା ୨୦୩୫ ମସିହା ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ହେବ । ଭାରତୀୟ ବୈଜ୍ଞାନିକମାନେ ସେଠାରେ ରହି ବିଭିନ୍ନ ମହାକାଶର ବିଭିନ୍ନ ରହସ୍ୟକୁ ନେଇ ଗବେଷଣା କରିବେ । ଏହାସହିତ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଭାରତୀୟମାନେ ପହଞ୍ଚିବେ । ପ୍ୟାରିସରେ ଚାଲିଥିବା ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଭାରତର ମହାକାଶ ଯାତ୍ରା ବିଷୟରେ ଏହି ସମସ୍ତ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ୟାରିସରେ ଚାଲିଥିବା ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରିଥିଲେ । ତାଙ୍କ ଅଭିଭାଷଣ ଆରମ୍ଭ କରି ମୋଦି ସମ୍ମିଳନୀରେ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Read More

ଏଥର ଆଗୁଆ ଆସିପାରେ ଖରାଦିନ । ଏନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତବର୍ଷ ତୁଳନାରେ ଏଥର ଅଧିକ ତାତି ସହ ଗୁଳିଗୁଳି ଅନୁଭୂତ ହୋଇପାରେ । ଏନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ ଏସ୍‌ଆର୍‌ସି ଅଧ୍ୟୟନ ଜାରି ରଖିଛନ୍ତି । ତେବେ ଏହା ପ୍ରାଥମିକ ଆକଳନ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ଅଧ୍ୟୟନ ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।ଅଧିକ ଅଧ୍ୟୟନ ଓ ବିଶ୍ଳେଷଣ ପରେ ହିଁ ଆଗାମୀ ଗ୍ରୀଷ୍ମର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ। ତେଣୁ ବର୍ତ୍ତମାନଠାରୁ ଲୋକେ ଆତଙ୍କିତ କିମ୍ବା ବ୍ୟସ୍ତ ନହୋଇ, ସମ୍ଭାବ୍ୟ ପରିସ୍ଥିତି ପାଇଁ ସତର୍କ ରହିବା ଆବଶ୍ୟକ।

Read More