ଯାଜପୁର,୩୧/୮(ଯାଜପୁର ଟୁଡେ): ) ଯାଜପୁର ସଦର ଥାନା ଅନ୍ତର୍ଗତ ଶିବାଚ୍ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ମୁକୁଳା କଲଭଟରେ ପଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ମରଣ ମୁଖରୁ ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ୪ ବର୍ଷର ଶିଶୁପୁତ୍ର । ସୂଚନା ମୁତାବକ ୩୦ତାରିଖ ରାତି ୧୦ଟା ସମୟରେ ଯାଜପୁର ବ୍ଲକ ସାହାସପୁର ପଞ୍ଚାୟତ ଶିବାଚ୍ଛକ ନିକଟରୁ ଦୋକାନ ବନ୍ଦ କରି,ବ୍ରହ୍ମବରଦା ଥାନା ଅନ୍ତର୍ଗତ ରୁଦ୍ରପୁର ଗ୍ରାମର ସତ୍ୟବ୍ରତ ଓଝା ତାଙ୍କ ସ୍ତ୍ରୀ,କୁନି ମହାରଣା (ସରଦା)୨୪ ବର୍ଷ ଓ ପୁଅ ୪ ବର୍ଷକୁ ନେଇ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଶିବାଚ୍ଛକ ନିକଟସ୍ଥ ଦୁଧେଇ ନାଳ ଉପରେ ଥିବା ମୁକୁଳା କଲଭଟ ଉପରେ ଭାରସାମ୍ୟ ହରାଇ ଗଭୀର ଜଳରାଶିକୁ ପଡିଯାଇଥିଲେ। ଫଳତ ସୌଭାଗ୍ୟ ବଶତଃ ସତ୍ୟବ୍ରତ ନିଜେ ବର୍ତ୍ତିଯିବା ପରେ ପୁଅକୁ ଉଦ୍ଧାର କରିଥିଲେ। କିନ୍ତୁ ୧୦ ମିନିଟ ବିଳମ୍ବରେ ସ୍ତ୍ରୀକୁ ଉଦ୍ଧାର କରାଯାଇ…
