Author: jajpurtoday

କେନ୍ଦ୍ରାପଡା ଡେରାବିଶ ବ୍ଲକ୍ କୁରୁଜଙ୍ଗା ପଞ୍ଚାୟତର ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଖେଳ ଛୁଟିରେ ସ୍କୁଲ ଭିତରେ ମଦ୍ୟପାନ କରି ଅଫିସ ଭିତରୁ କବାଟ ଦେଇ ଶୋଇପଡିଥିଲେ l ଅନ୍ୟ ଶିକ୍ଷକମାନେ ଯେତେ ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ l ସେ ସ୍କୁଲର ଜଣେ ମାତ୍ର ଶିକ୍ଷକ ହୋଇ ଥିବାବେଳେ ଖେଳଛୁଟି ପରେ ସ୍କୁଲରେ ପାଠପଢା ବନ୍ଦ ରହିଥିଲା l ମଦ୍ୟପାନ କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ସ୍କୁଲର ମୁଖ୍ୟ ଫାକଟରେ ତାଲା ପକାଇ ଦେଇଥିଲେ l ଫଳରେ ପିଲାମାନେ ବାହାରକୁ ଯାଇ କାହାକୁ ଏ ସମ୍ପର୍କରେ ସୂଚନା ଦେଇପାରି ନଥିଲେ l ଶେଷରେ ସନ୍ଧ୍ୟା ୫ଟାରେ ବିଭାଗୀୟ ଅଧିକାରୀ ପହଞ୍ଚି ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ l ଏହି ଘଟଣାରେ ପ୍ରଧାନ ଶିକ୍ଷକ ସୁନାକର ନାୟକଙ୍କୁ ନିଲମ୍ବନ କରାଯାଇଛି l ମଦ୍ୟପାନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି

Read More

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଗୁଜୁରାଟର ବନତାରାରୁ ନନ୍ଦନକାନନକୁ ଆସିଛନ୍ତି ୪୦ରୁ ଅଧିକ ଜୀବଜନ୍ତୁ। ଏହି ନୂଆ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଜେବ୍ରା, ୱାଲାବି, କଙ୍ଗାରୁ ଏବଂ କସୁଆରି ଭଳି ବିରଳ ଓ ଆକର୍ଷଣୀୟ ପ୍ରାଣୀ।ନନ୍ଦନକାନନ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ମାସକ ପରେ ସେମାନଙ୍କୁ ଖୁଆଡ଼କୁ ଅଣାଯିବ । ଯାହା ଫଳରେ ପର୍ଯ୍ୟଟକ ଏମାନଙ୍କୁ ଦେଖିବାକୁ ସୁଯୋଗ ପାଇବେ । ପୂର୍ବରୁ ନନ୍ଦନକାନନରେ ଜେବ୍ରା ରହିଥିଲା ହେଲେ ତାର ମୃତ୍ୟୁ ପରେ ଖୁଆଡ଼ ଖାଲି ପଡ଼ିଛି । ପୁଣି ଥରେ ଜେବ୍ରା ଆସିବା ପରେ ନନ୍ଦନକାନନରେ ପର୍ଯ୍ୟଟକ ଏମାନଙ୍କୁ ଦେଖି ମଜା ଉଠାଇବେ ।

Read More

ଇଣ୍ଡୋନେସିଆର ବୋର୍ନିଓ ଦ୍ୱୀପ ନିକଟରେ ୨୪୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଛି । ଦକ୍ଷିଣ କାଲିମଣ୍ଟାନ ପ୍ରଦେଶ ଅଭିମୁଖେ ଯାଉଥିବା ଜାହାଜଟି ଜାଭା ସାଗରରେ ହଠାତ୍ ଜାହାଜଟି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏନେଇ ରବିବାର ଇଣ୍ଡୋନେସିଆର ଉଦ୍ଧାରକାରୀ ଦଳ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ଦକ୍ଷିଣ କାଲିମଣ୍ଟାନ ପ୍ରଦେଶର ରାଜଧାନୀ ବଞ୍ଜାରମାସିନ୍‌ର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟାଳୟ କହିଛି ଯେ, ସେମାନେ ରିପୋର୍ଟ ପାଇଛନ୍ତି ଭିର୍ଗୋ ଟ୍ରାନ୍ସପୋର୍ଟ-୮ ଜାହାଜ ନିଜର ଯୋଗାଯୋଗ ବ୍ୟବସ୍ଥା ହରାଇଛି। ଜାହାଜଟି ଇଣ୍ଡୋନେସିଆର ଦ୍ୱିତୀୟ ବୃହତ୍ତମ ସହର ସୁରାବାୟାରୁ ପୂର୍ବ ଜାଭା ପ୍ରଦେଶର ବଞ୍ଜାରମାସିନ୍ ସହରକୁ ଯାତ୍ରା କରୁଥିଲା । ଖରାପ ପାଗର ସମ୍ମୁଖୀନ ହୋଇଥିବା ସୂଚନା ପାଇବା ପରେ ଜାହାଜର ପରିଚାଳକ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ ବୋଲି ଏକ ଭିଡିଓ ବ୍ରିଫିଂରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟାଳୟର ମୁଖ୍ୟ ଆଇ…

Read More

ଯାଜପୁର,୨୫/୮(ଯାଜପୁର ଟୁଡେ) : ଅବହେଳିତ ଲାଙ୍ଗୁଡ଼ି ହୀରକ ତ୍ରିଭୁଜ ଭାବେ ଯାଜପୁର ଜିଲ୍ଲା ବିଶ୍ୱ ଇତିହାସରେ ପରିଚୟ ସୃଷ୍ଟି କରିପାରିଛି । ବୌଦ୍ଧ କୀର୍ତ୍ତିରାଜି ଲଳିତଗିରି ଉଦୟଗିରି, ରତ୍ନଗିରି ଓ ଲାଙ୍ଗୁଡ଼ି ଯାଜପୁର ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ବେଳେ ଧର୍ମଶାଳା ବ୍ଲକ ଲାଙ୍ଗୁଡ଼ି ଆଜି ଅସୁରକ୍ଷିତ ହୋଇ ହୋଇପଡ଼ିଛି । ପର୍ଯ୍ୟଟନ ବିଭାଗ କୋଟି ଟଙ୍କା ଟଙ୍କା ବ୍ୟୟ ଅଟକଳରେ କିଛି ଖର୍ଚ୍ଚ କରି ହାତ ଟେକି ଦେଇଛି । ଯାହାକି ବିଶ୍ୱ ଇତିହାସରେ ତାର ଚମକ ହରାଇଛି । ତାର ପୂର୍ବ ଗୌରବ ଫେରାଇ ଆଣିବାକୁ ଏବେ ଉଦ୍ୟମ ଆରମ୍ଭ ହୋଇଛି । ସୁଗମ ଓଡିଶା ଅଭିଯାନର ରାଜ୍ୟ ମୁଖ୍ୟ ତଥା ଦିବ୍ୟାଙ୍ଗ ଅଧିକାର କର୍ମୀ ମଣ୍ଟୁ ଦାସଙ୍କ ଅଭିଯୋଗ ପରେ ଯାଜପୁର ଜିଲ୍ଲାର ଲାଙ୍ଗୁଡ଼ି ବୌଦ୍ଧ କୀର୍ତ୍ତିରାଜି ସ୍ଥଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପୁରୀ ସର୍କଲ୍ ପକ୍ଷରୁ ସାମାଜିକ ଅଡିଟ୍ ଆରମ୍ଭ ହୋଇଛି।ଏଏସ୍‌ଆଇ ପୁରୀ…

Read More

ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍’ଙ୍କ ରହଣିକୁ ନେଇ ବିବାଦ । ପୁରୁଣା ଭିଡିଓ ଭାଇରାଲ୍ ପରେ ପୋଲିସର ଖୋଳତାଡ଼; କିଏ କରିଥିଲା ବୁକିଂ, କାହା ସୁପାରିସରେ ମିଳିଥିଲା ରୁମ୍? । ଉଦଘାଟନକୁ ବର୍ଷେ ବି ପୂରିନି, ହେଲେ ବିବାଦ ପିଛା ଛାଡ଼ୁନି ରାଉରକେଲାର ପାନପୋଷ ସର୍କିଟ୍ ହାଉସର ।ପୋଲିସ ସୂତ୍ର ଅନୁସାରେ, ଏହି ଘଟଣାରେ ୩ ଜଣଙ୍କୁ ପଚରାଉଚରା କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ SP ପାହ୍ୟାର ପୋଲିସ ଅଧିକାରୀଙ୍କ ପୁଅ ଥିବା କୁହାଯାଇଛି । ଅଭିନେତ୍ରୀଙ୍କ ପାଇଁ ରହଣି ବ୍ୟବସ୍ଥା ସହ ସେମାନଙ୍କ ସମ୍ପର୍କକୁ ନେଇ ପଚରାଉଚରା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି । ପ୍ରାୟ ୫ ମିନିଟ୍ ର ଭିଡିଓରେ ଅଭିନେତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରୁ ରାଉରକେଲା ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ନିଜ ଯାତ୍ରା ବିଷୟରେ କହୁଥିବା ଦେଖାଯାଉଛି । ତାଙ୍କୁ ନେବା ପାଇଁ ଏକ କମ୍ପାନୀର ମାଲିକ/CEO ନିଜେ Audi କାର୍ ରେ ଆସୁଥିବା…

Read More

ଯାଜପୁର,୧୧/୯ (ଯାଜପୁର ଟୁଡେ) : ସ୍ଵାମୀଙ୍କୁ ହତ୍ୟା କରି ସବୁଦିନ ପାଇଁ ଜେଲ ଚାରି କାନ୍ଥରେ ସ୍ତ୍ରୀ। ସ୍ତ୍ରୀ ହୋଇ ଗଲା ଆଜୀବନ ଜେଲ । ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ମଙ୍ଗଳପୁର ଥାନା ପ୍ରଗତିବିହାର ଅଂଚଳରେ ଭଡା ଘରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି । ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲେ ମୃତ ଅଟଳ କୁଅଁରଙ୍କ ଅଭିଯୁକ୍ତ ପତ୍ନୀ ମମତା କୁଅଁର । ମମତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ୨୦୨୧ ମସିହା ମଙ୍ଗଳପୁର ଥାନା ଇସମାଇଲପୁର ଅଞ୍ଚଳର ଅଟଳ କୁଅଁର ଓରଫ ସୁବାଶ ସପରିବାର ମଙ୍ଗଳପୁର ବଜାର ପ୍ରଗତିବିହାର ଅଂଚଳରେ ଏକ ଭଡା ଘରେ ରହୁଥିଲେ। କୌଣସି ଏକ ପାରିବାରିକ କାରଣ ରୁ ଅଭିଯୁକ୍ତ ପତ୍ନୀ ମମତା ସ୍ୱାମୀ ସୁବାସ ଶୋଇଥିବା ସମୟରେ ତକିଆ ଓ ଚାର୍ଜର କର୍ଡ ରେ ଗଳାଚାପି ହତ୍ୟା କରିଥିଲା । ଏ…

Read More

ଯାଜପୁର,୫/୯(ଯାଜପୁର ଟୁଡେ): ଆଜିର ଦିନରେ ଦିବ୍ୟାଙ୍ଗ ବ୍ୟକ୍ତି କୌଣସି ଗୁଣରେ କମ୍ ନୁହଁନ୍ତି । ନିଜେ ଭିନ୍ନକ୍ଷମ ହୋଇ ଅନ୍ୟକୁ ସହଯୋଗର ହାତ ବଢ଼ାଇ ଜଣେ ଯୁବ ଦିବ୍ୟାଙ୍ଗ ଚର୍ଚ୍ଚା ଘେରକୁ ଆସିଛନ୍ତି । ଏଭଳି ଜଣେ ନିଆରା ଯୁବ ଦିବ୍ୟାଙ୍ଗଙ୍କ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲାରେ । ଚଳିତ ବର୍ଷ ବନ୍ୟା ଯୋଗୁଁ ଏବେ ବିଂଝାରପୁର ବ୍ଳକ୍‌ର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡିଛି। ବ୍ଲକ୍‌ର ହଳଦୀଡି଼ହ ପଞ୍ଚାୟତ ନାଉବାଙ୍କ ଠାରେ ଖରସ୍ରୋତାର ଶାଖା ନଦୀ ନୂଆମାହାରାରେ ଘାଇ ହେବାରୁ ବହୁ ଗାଁରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଦୟନୀୟ ଅବସ୍ଥାରେ ରହି ଆସୁଥିଲେ । ବନ୍ୟା ଘେରରେ ଥିବା ଅସହାୟଙ୍କ ପାଖରେ ସୁଖିଲା ଖାଦ୍ୟ ପହଞ୍ଚାଇଛନ୍ତି ଦିବ୍ୟାଙ୍ଗ ଶ୍ରୀ଼‌କ୍ଷେତ୍ର ସାହୁ । ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତର ଆଉଁରୀ ଗ୍ରାମର ଶ୍ରୀ‌କ୍ଷେତ୍ର ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ୩୫୦୦ ଟଙ୍କା ସରକାରୀ ଭତ୍ତା ପାଉଛନ୍ତି…

Read More

ଯାଜପୁର,୨/୯(ଯାଜପୁର ଟୁଡେ) : ଯାଜପୁର ସଦର ଥାନା ଅନ୍ତର୍ଗତ ନିଶ୍ଚନ୍ତା ବେଣିପୁରଠାରେ ଦୀର୍ଘ ଦିନ ଧରି ବେଆଇନଭାବେ ଗୁଣ୍ଡି କାରଖାନା ଚାଲୁ ରହିଥିଲା । ଏଠାରେ ଗୁଣ୍ଡି ତିଆରି କରାଯାଇ ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ଜିଲା ତଥା ଜିଲା ବାହରକୁ ଅବଧଡକଭାବେ କରାବାର ହୋଇପଡୁଥିଲା । ଗୁଣ୍ଡି ତିଆରି ସମୟରେ ସ୍ଥାନୀୟ ଅଂଚଳରେ ଦୋକ୍ତା ଗୁଣ୍ଡରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ତେବେ ସଦର ପୁଲିସ ସଦଳବଳେ ଏହି ବେଆଇନ ଗୁଣ୍ଡି କାରଖାନା ଉପରେ ଅତର୍କିତ ଭାବେ ଚଢାଉ କରିଛି । କାରଖାନା ଭିତରେ ୫ବସ୍ତାରୁ ଉର୍ଦ୍ଧ ପ୍ୟାକି ହୋଇଥିବା ଗୁଣ୍ଡି, ନାମୀଦାମୀ କମ୍ପାନୀର ଲୋଗୋ ଲଗା ଜରି,ବ୍ୟବହୃତ ମେସିନ ଓ ଆବଶ୍ୟକୀୟ କଂଚା ମାଲ ଜବତ କରିଛି । ଏହି ଅଂଚଳରେ ବେଧଡକଭାବେ କରବାର ଚଳାଇ ଆସୁଥିବା ୨ଜଣ ଗୁଣ୍ଡି କାରଖାନା ମାଲିକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିବା ସହ ଏହି…

Read More

ଯାଜପୁର,୫/୯(ଯାଜପୁର ଟୁଡେ) : ଦିବ୍ୟାଙ୍ଗ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଂ ସେବାକୁ ସୁଗମ ଓ ସମାନ କରିବାରେ ଅବହେଳା ଅଭିଯୋଗକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନକୁ ରାଜ୍ୟ ମୁଖ୍ୟ ଆୟୁକ୍ତ, ଦିବ୍ୟାଙ୍ଗଜନଙ୍କ ଜରୁରୀ ହସ୍ତକ୍ଷେପ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଶାଖାରେ ଦିବ୍ୟାଙ୍ଗଙ୍କ ପାଇଁ ସୁଗମତା ନଥିବା ଅଭିଯୋଗ ଉପରେ ଆୟୋଗ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।ଦିବ୍ୟାଙ୍ଗ ଅଧିକାର କର୍ମୀ ତଥା ସୁଗମ ଓଡିଶା ଅଭିଯାନର ରାଜ୍ୟ ମୁଖ୍ୟ ଶ୍ରୀ ମଣ୍ଟୁ ଦାସ ବିଭିନ୍ନ ବ୍ୟାଙ୍କରେ ଦିବ୍ୟାଙ୍ଗ ଗ୍ରାହକଙ୍କ ସମ୍ମୁଖୀନ ହେଉଥିବା ଆକ୍ସେସିବିଲିଟି ସମସ୍ୟା ନେଇ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଅନେକ ବ୍ୟାଙ୍କ ଶାଖାରେ ହ୍ୱିଲଚେୟାର ବ୍ୟବହାରକାରୀଙ୍କ ପାଇଁ ଉପଯୁକ୍ତ ରାମ୍ପ ଓ ହ୍ୟାଣ୍ଡରେଲ୍‌, ଦୃଷ୍ଟିବାଧିତଙ୍କ ପାଇଁ ଟ୍ୟାକ୍ଟାଇଲ୍‌ ସୁବିଧା, ସୁଗମ ପ୍ରବେଶପଥ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ନାହିଁ କିମ୍ବା ମାନକ ଅନୁଯାୟୀ ନୁହେଁ।ଅଭିଯୋଗରେ ଷ୍ଟେଟ୍‌…

Read More

ଭୟଯାଜପୁର,୭ା୯(ଯାଜପୁର ଟୁଡେ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳରେ ଭୁବେନେଶ୍ୱର ଜିଏସଟି ଏନଫୋର୍ସ ମେଂଟ ପକ୍ଷରୁ ଚଢାଉ କରାଯାଇଛି । ବ୍ରହ୍ମବରଦା କଲେଜଛକ ନିକଟରେ ଥିବା ଏକ ରଡ୍ ଓ ସିମେଂଟ ଦୋକନରେ ସନ୍ଧ୍ୟା ସମୟରେ ଚଢାଉ କରାଯାଇଥିବା ଜଣାପଡି ଥିଲା । ଜିଏସଟି ଚଢାଉ ହେଉଥିବା ଖବର ପାଇ ବ୍ୟବସାୟୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରି ବ୍ରହ୍ମବରଦା ଅଂଚଳର ବହୁ ବଡବଡ ଦୋକାନୀ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଥିଲା । କଲେଜ ଛକ ନିକଟରେ ଏହି ଛଢାଉ ଫଳରେ ସ୍ଥାନୀୟ ଅଂଚଳର ବହୁ ଲୋକେ ରୁଣ୍ଡ ହୋଇଥିଲେ । ଏପରିକି ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା । ଖବର ପ୍ରଚାରିତ ହେବା ପରେ ଅଂଚଳର ସମସ୍ତ ସାମ୍ବାଦିିକ ଘଟଣାସ୍ଥଳରେ ପଂହଚିବା ପରେ ଜିଏସଟି ବିଭାଗ ପକ୍ଷରୁ ଖବର ନ ଛାପିବା ପାଇଁ…

Read More