ଯାଜପୁର,୫/୯(ଯାଜପୁର ଟୁଡେ): ଆଜିର ଦିନରେ ଦିବ୍ୟାଙ୍ଗ ବ୍ୟକ୍ତି କୌଣସି ଗୁଣରେ କମ୍ ନୁହଁନ୍ତି । ନିଜେ ଭିନ୍ନକ୍ଷମ ହୋଇ ଅନ୍ୟକୁ ସହଯୋଗର ହାତ ବଢ଼ାଇ ଜଣେ ଯୁବ ଦିବ୍ୟାଙ୍ଗ ଚର୍ଚ୍ଚା ଘେରକୁ ଆସିଛନ୍ତି । ଏଭଳି ଜଣେ ନିଆରା ଯୁବ ଦିବ୍ୟାଙ୍ଗଙ୍କ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲାରେ । ଚଳିତ ବର୍ଷ ବନ୍ୟା ଯୋଗୁଁ ଏବେ ବିଂଝାରପୁର ବ୍ଳକ୍ର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡିଛି। ବ୍ଲକ୍ର ହଳଦୀଡି଼ହ ପଞ୍ଚାୟତ ନାଉବାଙ୍କ ଠାରେ ଖରସ୍ରୋତାର ଶାଖା ନଦୀ ନୂଆମାହାରାରେ ଘାଇ ହେବାରୁ ବହୁ ଗାଁରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଦୟନୀୟ ଅବସ୍ଥାରେ ରହି ଆସୁଥିଲେ । ବନ୍ୟା ଘେରରେ ଥିବା ଅସହାୟଙ୍କ ପାଖରେ ସୁଖିଲା ଖାଦ୍ୟ ପହଞ୍ଚାଇଛନ୍ତି ଦିବ୍ୟାଙ୍ଗ ଶ୍ରୀ଼କ୍ଷେତ୍ର ସାହୁ । ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତର ଆଉଁରୀ ଗ୍ରାମର ଶ୍ରୀକ୍ଷେତ୍ର ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ୩୫୦୦ ଟଙ୍କା ସରକାରୀ ଭତ୍ତା ପାଉଛନ୍ତି । ଏହି ଭତ୍ତା ଟଙ୍କାରୁ ସେ ବନ୍ୟା ପ୍ରଭାବିତ ମାଟିଆକଣ ସମେତ ବିଭିନ୍ନ ଗାଁ ଗାଁ ବୁଲି ନିଜର ସାମର୍ଥ୍ୟ ଅନୁସାରେ ଶୁଖିଲା ଖାଦ୍ୟ, ପାଣି ବଣ୍ଟନ କରିଛନ୍ତି। ଏଥିସହିତ ବୁଲା ଷଣ୍ଢକୁ ମଧ୍ୟ ଖାଦ୍ୟ ବଣ୍ଟନ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ପୂର୍ବରୁ ମଧ୍ୟ କରୋନା ସମୟରେ ନିଜର ସାମର୍ଥ ଅନୁସାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସେ ସହାୟତା ପ୍ରଦାନ କରିଥିଲେ । ଦିବ୍ୟାଙ୍ଗ କୌଣସି ଗୁଣରେ କମ୍ ନୁହନ୍ତି । ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଲୋକଙ୍କ ପାଇଁ ସାହାରା ସାଜିଛନ୍ତି । ଏଭଳି ଜଣେ ନିଆରା ଦିବ୍ୟାଙ୍ଗଙ୍କ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲାରେ । ଚଳିତ ବର୍ଷ ବନ୍ୟା ଯୋଗୁଁ ଏବେ ବିଂଝାରପୁର ବ୍ଳକ୍ର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡିଛି। ବ୍ଲକ୍ର ହଳଦୀଡି଼ହ ପଞ୍ଚାୟତ ନାଉବାଙ୍କ ଠାରେ ଖରସ୍ରୋତାର ଶାଖା ନଦୀ ନୂଆମାହାରାରେ ଘାଇ ହେବାରୁ ବହୁ ଗାଁରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଦୟନୀୟ ଅବସ୍ଥାରେ ରହି ଆସୁଥିଲେ । ବନ୍ୟା ଘେରରେ ଥିବା ଅସହାୟଙ୍କ ପାଖରେ ସୁଖିଲା ଖାଦ୍ୟ ପହଞ୍ଚାଇଛନ୍ତି ଦିବ୍ୟାଙ୍ଗ ଶ୍ରୀ଼କ୍ଷେତ୍ର ସାହୁ । ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତର ଆଉଁରୀ ଗ୍ରାମର ଶ୍ରୀକ୍ଷେତ୍ର ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ୩୫୦୦ ଟଙ୍କା ସରକାରୀ ଭତ୍ତା ପାଉଛନ୍ତି । ଏହି ଭତ୍ତା ଟଙ୍କାରୁ ସେ ବନ୍ୟା ପ୍ରଭାବିତ ମାଟିଆକଣ ସମେତ ବିଭିନ୍ନ ଗାଁ ଗାଁ ବୁଲି ନିଜର ସାମର୍ଥ୍ୟ ଅନୁସାରେ ଶୁଖିଲା ଖାଦ୍ୟ, ପାଣି ବଣ୍ଟନ କରିଛନ୍ତି। ଏଥିସହିତ ବୁଲା ଷଣ୍ଢକୁ ମଧ୍ୟ ଖାଦ୍ୟ ବଣ୍ଟନ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ପୂର୍ବରୁ ମଧ୍ୟ କରୋନା ସମୟରେ ନିଜର ସାମର୍ଥ ଅନୁସାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସେ ସହାୟତା ପ୍ରଦାନ ଚର୍ଚ୍ଚାରେ ରହି ଆସୁଥିଲେ । ସେପଟେ ଏଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରି ବେଶ୍ ଆନନ୍ଦ ଅନୁଭବ କରନ୍ତି । ତେବେ ତିନି ଚକିଆ ସାଇକେଲ ଚଲେଇବା କଷ୍ଟ ଅନୁଭବ କରୁଛନ୍ତି । ଯଦି ତାଙ୍କୁ ଇ ସାଇକେଲ ଖଣ୍ଡେ ଯୋଗାଇ ଦେଲେ ସହଯୋଗ ଦୁଇ ଗୁଣ ହେବ ବୋଲି କହିଛନ୍ତି ଶ୍ରୀକ୍ଷେତ୍ର ।




