ଭୟଯାଜପୁର,୭ା୯(ଯାଜପୁର ଟୁଡେ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳରେ ଭୁବେନେଶ୍ୱର ଜିଏସଟି ଏନଫୋର୍ସ ମେଂଟ ପକ୍ଷରୁ ଚଢାଉ କରାଯାଇଛି । ବ୍ରହ୍ମବରଦା କଲେଜଛକ ନିକଟରେ ଥିବା ଏକ ରଡ୍ ଓ ସିମେଂଟ ଦୋକନରେ ସନ୍ଧ୍ୟା ସମୟରେ ଚଢାଉ କରାଯାଇଥିବା ଜଣାପଡି ଥିଲା । ଜିଏସଟି ଚଢାଉ ହେଉଥିବା ଖବର ପାଇ ବ୍ୟବସାୟୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏପରି ବ୍ରହ୍ମବରଦା ଅଂଚଳର ବହୁ ବଡବଡ ଦୋକାନୀ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଥିଲା । କଲେଜ ଛକ ନିକଟରେ ଏହି ଛଢାଉ ଫଳରେ ସ୍ଥାନୀୟ ଅଂଚଳର ବହୁ ଲୋକେ ରୁଣ୍ଡ ହୋଇଥିଲେ । ଏପରିକି ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା । ଖବର ପ୍ରଚାରିତ ହେବା ପରେ ଅଂଚଳର ସମସ୍ତ ସାମ୍ବାଦିିକ ଘଟଣାସ୍ଥଳରେ ପଂହଚିବା ପରେ ଜିଏସଟି ବିଭାଗ ପକ୍ଷରୁ ଖବର ନ ଛାପିବା ପାଇଁ କହିଥିଲେ । ଯାହାକି ସେମାନଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଘଟଣାକୁ କାହିଁ ଚାପିବାକୁ ଉଦ୍ୟମ କରିଥିଲେ ତାହାକୁ ନେଇ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଗଣମାଧ୍ୟମକୁ ସୂଚନା ନ ଦେଇ ସେମାନେ ଅତି ତରବରିଆଭାବେ ଘଟଣାସ୍ଥଳ ଛାଡି ଚାଲି ଯିବାରୁ ସେମାନଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଥିଲା ।





