ଯାଜପୁର,୨୫/୮(ଯାଜପୁର ଟୁଡେ) : ଅବହେଳିତ ଲାଙ୍ଗୁଡ଼ି ହୀରକ ତ୍ରିଭୁଜ ଭାବେ ଯାଜପୁର ଜିଲ୍ଲା ବିଶ୍ୱ ଇତିହାସରେ ପରିଚୟ ସୃଷ୍ଟି କରିପାରିଛି । ବୌଦ୍ଧ କୀର୍ତ୍ତିରାଜି ଲଳିତଗିରି ଉଦୟଗିରି, ରତ୍ନଗିରି ଓ ଲାଙ୍ଗୁଡ଼ି ଯାଜପୁର ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ବେଳେ ଧର୍ମଶାଳା ବ୍ଲକ ଲାଙ୍ଗୁଡ଼ି ଆଜି ଅସୁରକ୍ଷିତ ହୋଇ ହୋଇପଡ଼ିଛି । ପର୍ଯ୍ୟଟନ ବିଭାଗ କୋଟି ଟଙ୍କା ଟଙ୍କା ବ୍ୟୟ ଅଟକଳରେ କିଛି ଖର୍ଚ୍ଚ କରି ହାତ ଟେକି ଦେଇଛି । ଯାହାକି ବିଶ୍ୱ ଇତିହାସରେ ତାର ଚମକ ହରାଇଛି । ତାର ପୂର୍ବ ଗୌରବ ଫେରାଇ ଆଣିବାକୁ ଏବେ ଉଦ୍ୟମ ଆରମ୍ଭ ହୋଇଛି । ସୁଗମ ଓଡିଶା ଅଭିଯାନର ରାଜ୍ୟ ମୁଖ୍ୟ ତଥା ଦିବ୍ୟାଙ୍ଗ ଅଧିକାର କର୍ମୀ ମଣ୍ଟୁ ଦାସଙ୍କ ଅଭିଯୋଗ ପରେ ଯାଜପୁର ଜିଲ୍ଲାର ଲାଙ୍ଗୁଡ଼ି ବୌଦ୍ଧ କୀର୍ତ୍ତିରାଜି ସ୍ଥଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପୁରୀ ସର୍କଲ୍ ପକ୍ଷରୁ ସାମାଜିକ ଅଡିଟ୍ ଆରମ୍ଭ ହୋଇଛି।ଏଏସ୍ଆଇ ପୁରୀ ସର୍କଲ୍ର ୫ ଜଣିଆ ଟିମ୍ ଲାଙ୍ଗୁଡ଼ିରେ ପହଞ୍ଚି କୀର୍ତ୍ତିରାଜି ସ୍ଥଳର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ମ୍ୟାପିଂ ଓ ସାମାଜିକ ଅଡିଟ୍ କରିଥିଲେ। ଏହି ସମୟରେ ଟିମ୍ ସଦସ୍ୟମାନେ ଦିବ୍ୟାଙ୍ଗ ଅଧିକାର କର୍ମୀ ମଣ୍ଟୁ ଦାସଙ୍କ ସହ ଏହି ସ୍ଥଳରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଆବଶ୍ୟକ ସୁଗମତା ଓ ମୌଳିକ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।ବିଶେଷକରି ହ୍ୱିଲ୍ ଚେୟାର୍ ବ୍ୟବହାରକାରୀଙ୍କ ପାଇଁ ସହଜ ପ୍ରବେଶ ପଥ, ରାମ୍ପ, ଚଳାଚଳ ଯୋଗ୍ୟ ପଥ, ଦିବ୍ୟାଙ୍ଗ-ଅନୁକୂଳ ଶୌଚାଳୟ, ଶିଶୁମାନଙ୍କ ପାଇଁ ବେବି କେୟାର୍ ସେଣ୍ଟର୍, ପାନୀୟ ଜଳ, ବିଦ୍ୟୁତ୍ ସୁବିଧା, ସୁରକ୍ଷା ଏବଂ କୀର୍ତ୍ତିରାଜି ସ୍ଥଳର ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। “ଐତିହ୍ୟ ସମସ୍ତଙ୍କର। ତେଣୁ ଦିବ୍ୟାଙ୍ଗ ବ୍ୟକ୍ତିମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଆମର ଐତିହ୍ୟସ୍ଥଳଗୁଡ଼ିକୁ ସମାନ ଭାବରେ ଉପଭୋଗ କରିବାର ସୁଯୋଗ ପାଇବା ଆବଶ୍ୟକ। ଲାଙ୍ଗୁଡ଼ିକୁ ଏକ ସୁଗମ ଓ ଦିବ୍ୟାଙ୍ଗ-ଅନୁକୂଳ ଐତିହ୍ୟସ୍ଥଳ ଭାବେ ବିକଶିତ କରିବା ଆମର ଲକ୍ଷ୍ୟ ବୋଲି ମଣ୍ଟୁ ଦାସ କହିଛନ୍ତି । ସୂଚନା ଥାଉକି ଜୁନ ୩ ତାରିଖରୁ ଡିସେମ୍ବର ୩ ଯାଏଁ ସୁଗମ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅଭିଯାନରେ ସରକାରୀ ଭବନ, ସ୍କୁଲ କଲେଜ ,ବ୍ଯାଙ୍କ, ଡାକ୍ତରଖାନା ଓ ପର୍ଯ୍ୟଟନସ୍ଥଳୀ ଗୁଡିକୁ ସୁଗମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଅଭିଯୋଗ ପରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ଲାଙ୍ଗୁଡ଼ି ପ୍ରତି ନଜର ପଡ଼ିଛି । ଏହାର ବିକାଶ ହୋଇ ପାରିଲେ ଯାଜପୁର ଧର୍ମଶାଳାର ଏହି ଲାଙ୍ଗୁଡ଼ି ବିଶ୍ୱ ସ୍ତରରେ ତାର ଗୌରବ ଫେରି ଆସିବ । ସେପଟେ ଆଗକୁ ପର୍ଯ୍ୟଟନ ଋତୁ ଆସୁ ଥିବାରୁ ଏଠାରେ ପର୍ଯ୍ୟଟନଙ୍କ ଆଗମନ ସମ୍ଭାବନା ରହିଛି ।



