ଯାଜପୁର୨୮ା୧୦(ଯାଜପୁର ଟୁଡେ) – ଯାଜପୁର ଜିଲା ରସୁଲପୁର ବ୍ଲକ କଲଣସ୍ଥିତ ମଧୁପୁର ସରକାରୀ ନୋଡାଲ ହାଇସ୍କୁଲ ଖେଳ ପଡିଆରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରସୁଲପୁର ବ୍ଲକ ଉନ୍ନୟନ ଅଧିକାରୀ ସତ୍ୟାନନ୍ଦ ଦାସ, ସମ୍ମାନିତ ଅତିଥିଭାବେ ଜିଲା ମତ୍ସ୍ୟ ସମ୍ପଦ ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି, ଅତିରିକ୍ତ ଜିଲା ଅଧିକାରୀ ଡକ୍ଟର ସୁଶାନ୍ତ ବେହେରା, ରାଜ୍ୟ ନୋଡାଲ ଅଧିକାରିଣୀ ରଞ୍ଜିତା ବେହେରା, ଓ ୟୁ ଟି ର ପ୍ରଫେସର ରଞ୍ଜିତ ନାୟକ ଯୋଗଦେଇ ମେଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଚାକିରୀ ପଛରେ ନ ଧାଇଁ ଓ ଦାଦନ ନ ଯାଇ ନିଜେ ଆତ୍ମ ନିର୍ଭରଶୀଳ ହୋଇ ଏକ ସୁସ୍ଥ ସମାଜ ପାଇଁ ପଶୁ ସମ୍ପଦର ଉପକାରିତା ଏବଂ ଏହା ଦ୍ୱାରା ବ୍ୟକ୍ତି ତଥା ପରିବାରର ଅର୍ଥନୈତିକ ଦୃଢ଼ତା ସଂପର୍କରେ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗୋସମ୍ପଦ ଯୋଜନାରେ ଦିଆ ଯାଉଥିବା କୁକୁଡ଼ା, ଗାଈ, ଛେଳି, ମଇଁଷି, ଘୁଷୁରୀ ପାଳନ ,ଘାଷ ଚାଷ କରି କିପରି ଉପକୃତ ହୋଇ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ । ସମ୍ନାନୀତ ଅତିଥିଭାବେ ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ତୀର୍ଥରାଜ ପଣ୍ଡା, କୋରେଇ ବିଧାୟକଙ୍କ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା ,ଯାଜପର ସାଂସଦଙ୍କ ବ୍ଲକ ପ୍ରତିନିଧି ଲକ୍ଷ୍ମୀଧର ପତି ଓ ଗୀତାଞ୍ଜଳି ଦାସ, ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ ମସ୍ଚ୍ୟ ଓ ଗୋ – ପାଳନ କରି ଆତ୍ମନିର୍ଭରଶୀଳ ହେଇଥିବା ରଶ୍ମିତା ଦାସ, ଶ୍ରୀକାନ୍ତ ଦାସ , ରାହାବାଳୀ ସାହୁ, ମନୋରମା ରାଉତ, ସୁରେଶ ପୁରୀ, ଦିବାକର ପାଣି, କେଶବ ଚନ୍ଦ୍ର ଜେନା,ଅସ୍ମିତା ମହାନ୍ତି, ଅଶୋକ କୁମାର ବାରିକଙ୍କୁ ବୀମା ରାଶି ପ୍ରଦାନ କରାଯିବା ସହ ମଧୁପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କୃଷ୍ଣାରାଣୀ ବେହେରା ଓ ଜିଲା ସ୍ତରୀୟ ଖେଳ କୁଦରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଜଗତ ଜୀବନ ସାହୁ, ଲକ୍ଷ୍ମୀପ୍ରିୟା ବେହେରା, ପ୍ରଦ୍ୟୁଷ ରଞ୍ଜନ ରାଉତଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ବ୍ଲକ ପଶୁ ସମ୍ପଦ ଅଧିକାରୀ ମୁନମୁନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ ମତ୍ସ୍ୟ ବିଭାଗ, ମହିଳା ଓ ଶିଶୁ ବିଭାଗ, ମିଶନ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ଓ ସ୍ୱୟଂ ସହାୟିକା ଗୋଷ୍ଟୀ ପକ୍ଷରୁ ୧୬ଟି ଷ୍ଟଲ ଖୋଲା ଯାଇଥିଲା । ସ୍ଥାନୀୟ ଅଂଚଳର ଶହଶହ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ ।




