ଯାଜପୁର,୨୭ା୧୦(ଯାଜପୁର ଟୁଡେ) : ଭାରତୀୟ ଜନତା ପାର୍ଟିର ଓଡିଶା ପ୍ରଭାରୀ ଡି ପୁରେନ୍ଦେଶ୍ୱରୀ ଯାଜପୁର ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା କୁମାରୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପଂହଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଆୟୋଜିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ । ଆୟୋଜିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ବିଧାୟକ ହିମାଶୁଂ ଶେଖର ସାହୁଙ୍କ ସମେତ ଦଳୀୟ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ତୃଣମୁଳ ସ୍ତରରୁ ସଙ୍ଗଠନ କିଭଳି ମଜବୁତ ହୋଇପାରିବ ସେ ସଂପର୍କରେ ଉପସ୍ଥିତ ବିଜେବି କାର୍ଯ୍ୟକର୍ତା, ସାଂସଦ ଓ ବିଧାୟକମାନଙ୍କୁ କହିଥିଲେ । ଏହି ବୈଠକରେ ରାଜ୍ୟ ସହ-ପ୍ରଭାରୀ ଡ. ସ୍ୱଦେଶ ସିଂ, ବିଜେପି ସଙ୍ଗଠନ ମହାନନ୍ତ୍ରୀ ମାନସ ମହାନ୍ତି, ଯାଜପୁର ସାଂସଦ ଡ. ରବିନାରୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ,ଜିଲା ବିଜେପି ସଭାପତି ଦେବଯାନୀ ପ୍ରଧାନ,ଯାଜପୁର ବିଜେପି ନେତା ଗୌତମ ରାୟ,ବରୀ ବିଜେପି ନେତା ଉମେଶ ଜେନା,ବିଂଝାରପୁର ବିଜେପି ନେତ୍ରୀ ବବିତା ମଲିକ,ଯାଜପୁର ପ୍ରାକ୍ତନ ବିଜେପି ସଭାପତି ଆଶୁତୋଷ ପରିଡା ଓ ବିଜେପି ଯୁବ ସଂଗଠକ ସଂଗ୍ରାମ ପାତ୍ର ସମେତ ବିଜେପିର ବହୁ ନେତା/ନେତ୍ରୀ ଓ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିଲେ । ଦଳକୁ କିଭଳି ଭାବେ ଅଧିକ ମଜବୁତ କରାଯିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ସଂପର୍କରେ ସାଧାରଣ ଲୋକମାନଙ୍କୁ ବୁଝାଇବା ପାଇଁ ପରାର୍ମଶ ଦିଆଯାଇଥିଲା । ଆଗକୁ ପଂଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏହି ବୈଠକ ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି ।






