ଯାଜପୁର,୨୯ା୧୦(ବ୍ୟୁରୋ ରିପୋର୍ଟ ଯାଜପୁର ଟୁଡେ) : ଆଜି ବି ମନେ ପଡେ ୧୯୯୯ ମହାବାତ୍ୟା… ଆଜିକୁ ପୂରିଲା ଠିକ୍? ୨୭ ବର୍ଷ । ସେଦିନ ଥିଲା ଅକ୍ଟୋବର ୨୯ ତରିଖ ଶୁକ୍ରବାର । ସେଦିନର ନିରୀହତା, ଚପଳତା, ଶିଖିବା ଏବଂ ମନରେ ସ୍ୱପ୍ନ ଦେଖିବାର ବୟସ ଶୈଶବ ବୟସରେ ଆଖିରେ ଦେଖିଥିବା ସେ ବାତ୍ୟାକୁ ତ ଆଜି ବି ଦୀର୍ଘ ଦିନ ପରେ ବି ମନେ ପଡୁଛି ।
କାରଣ ସେଦିନ ଓଡ଼ିଶା ଇତିହାସ ଦେଖିଥିଲା ଶତାବ୍ଦୀର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ବଙ୍ଗୋପସାଗରରୁ ହୁ ହୁ ହୋଇ ମାଡ଼ି ଆସିଥିଲା ପ୍ରଳୟ ଆଉ ପ୍ରଳୟ । ଆଉ ତା’ ପରେ…ସୁ ସୁ ପବନ, ଘୋ ଘୋ ଗର୍ଜନ, ଅବିଶ୍ରାନ୍ତ ବର୍ଷା , ଭସାଇଲା, ଭାଙ୍ଗିଲା, ଉଜାଡି ଦେଲା । ସତରେ ଏକବିଂଶ ଶତାବ୍ଦୀକୁ ପ୍ରବେଶ କରିବାକୁ ସ୍ୱପ୍ନ ଦେଖୁଥିବା ଓଡିଶାର ମେରୁଦଣ୍ଡକୁ ଦୋହୋଲାଇ ଦେଇଥିଲା । ଭାଙ୍ଗି ଦେଇଥିଲା, ଛାରଖାର କରି ଦେଇଥିଲା ଓ ଛିନ୍ ଭିନ୍ କରିଦେଇଥିଲା
ନା ଥିଲା ଟେଲିଭିଜନ, ନା ଗଣମାଧ୍ୟମର ସକ୍ରିୟତା କେବଳ ରେଡିଓ ହିଁ ଥିଲା ଏକମାତ୍ର ମାଧ୍ୟମ । ସତେ ଯେମିତି ବାତ୍ୟାକୁ ସାମ୍ନା କରିବାକୁ ସଂପୁର୍ଣ୍ଣ ଅପ୍ରସ୍ତୁତ ଥିବା ଓଡିଶାର ଆର୍ଥିକ ପରିସ୍ଥିତିକୁ ଦୋହଲାଇ ଦେଇଥିଲା ନିମିଷକ ମଧ୍ୟମରେ । ଯାହାକି ଯାହାର ନାମ ହେଲା ମହାବାତ୍ୟା ।
୨୦୦ କିଲୋମିଟରରୁ ଅଧିକ ପବନ ସହ ଜଗତସିଂପୁର ଓ କେନ୍ଦ୍ରାପଡାରେ ରଚି ଥିଲା ତାଣ୍ଡବ । ଏରସମା, ବାଲିକୁଦା ହୋଇପଡିଥିଲା ଛାରଖାର ,ଝାଟିମାଟିର ଘର ମାଟିରେ ମିଶି ଥିଲା । କୁଢ କୁଢ ଶବର ପଚା ଗନ୍ଧରେ ଆତ୍ମୀୟ ସ୍ୱଜନ ହତଭାଗ୍ ହୋଇପଡ଼ିଥିଲେ । ଅନେକଙ୍କ ସଂସାର ଉଜୁଡି ଗଲା ମା କୋଳରୁ ମମତା ଚାଲିଗଲା, ସ୍ତ୍ରୀ ମଥାରୁ ସିନ୍ଦୁର ଟ୍ଟଆଉ ବାପା ମାଙ୍କ ମୁଣ୍ଡ ଉପରୁ ତାର ଏକମାତ୍ର ଆଶ୍ରା , ଲୁହରେ ଭିଜାଇଲା , ପ୍ରଳୟ ରଚିଲା , ସରକାରୀ ରେକର୍ଡ ଠାରୁ ଢେର ଅଧିକ ବୁଜିଥିଲେ ଆଖି । ଖାଲି ସେତିକି ନୁହେଁ ଲୁଣା ପାଣି ଗୋଡରୁ ଚମଡା ଉତାରି ଦେଇଥିଲା । ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ସବୁ ମେଡିକାଲରେ ଲାଗିଲା ଲମ୍ବା ଲାଇନ ।
ତାପରେ ତ ଅନେକ ବାତ୍ୟା ଆସିଛି ଯାଇଛି । ଯେପରିକି ଫାଇଲିନ୍, ହୁଡହୁଡ,ତିତଲି,ଫନି,ବୁଲବୁଲ,ଆମ୍ଫାନ,ୟାସ, ଗୁଲାବ୍,ଜୱାଦ୍,ଅସାନି, ଦାନା, ମୋନ୍ଥା ଆଉ ଏବେ ଓର୍ଣ୍ଣବ ଆସିଛି ହେଲେ ସେହି ମହାବାତ୍ୟାର ତାଣ୍ଡବ କିନ୍ତୁ ଏବେ ସ୍ମୃତି ହୋଇ ରହିଛି ।



